ପାର୍ବଣ ଋତୁରେ ଅନଲାଇନ୍ ସପିଂକୁ ନେଇ ଗ୍ରାହକଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ। ଫ୍ଲିପକାର୍ଟର ବିଗ୍ ବିଲିୟନ୍ ଡେଜ୍ ସେଲ୍‌କୁ ନେଇ ଗ୍ରାହକମାନେ ବିଭିନ୍ନ ସାମଗ୍ରୀ କିଣିବା ସହ ଆକର୍ଷଣୀୟ ଅଫର୍ ଓ ରିହାତିର ସୁଯୋଗ ନେଉଛନ୍ତି। ମୋବାଇଲ୍ ଫୋନ୍, ଇଲେକ୍ଟ୍ରୋନିକ୍ସ, ଘରୋଇ ଉପକରଣ, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଅନଲାଇନ୍ ଅର୍ଡର୍ ବଢ଼ୁଥିବା ବେଳେ ଏହାକୁ ଠିକ୍ ସମୟରେ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ବଢ଼ିଛି ଡେଲିଭରି କର୍ମଚାରୀଙ୍କର।

ପୁରୀ ଜିଲ୍ଲାର ପିପିଲିସ୍ଥିତ ଫ୍ଲିପକାର୍ଟ ହବ୍‌ରେ ପାର୍ସଲ୍‌ଗୁଡ଼ିକର ବିଭାଜନ, ଠିକଣା ଅନୁସାରେ ସାମଗ୍ରୀ ସଜାଇବା ଏବଂ ଡେଲିଭରି ପାଇଁ ପଠାଇବା କାର୍ଯ୍ୟରେ କର୍ମଚାରୀମାନେ ବ୍ୟସ୍ତ ରହିଛନ୍ତି। ଗ୍ରାହକଙ୍କ ଅର୍ଡର୍‌କୁ ସଠିକ୍ ଭାବରେ ଓ ନିର୍ଦ୍ଧାରିତ ସମୟରେ ପହଞ୍ଚାଇବା ପାଇଁ ହବ୍‌ରେ ଚାଲିଛି ଜୋରଦାର କାର୍ଯ୍ୟକଳାପ।

ବିଗ୍ ବିଲିୟନ୍ ଡେଜ୍ ଭଳି ବଡ଼ ଅନଲାଇନ୍ ସେଲ୍ ସମୟରେ ଡେଲିଭରି କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହବ୍‌ରେ ପାର୍ସଲ୍ ପରିଚାଳନାଠାରୁ ଆରମ୍ଭ କରି ଗ୍ରାହକଙ୍କ ଘରେ ସାମଗ୍ରୀ ପହଞ୍ଚାଇବା ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ରହିଛି ସମୟ, ଶୃଙ୍ଖଳା ଓ ଦାୟିତ୍ୱର ଗୁରୁତ୍ୱ। ଗ୍ରାହକଙ୍କ ସପିଂର ଖୁସି ପଛରେ ଡେଲିଭରି କର୍ମଚାରୀଙ୍କ ପରିଶ୍ରମ କିପରି ରହିଛି, ତାହାର ଚିତ୍ର ପିପିଲି ହବ୍‌ରେ ଦେଖିବାକୁ ମିଳିଛି।

ପିପିଲି ଫ୍ଲିପକାର୍ଟ ହବ୍‌ରେ ବିଗ୍ ବିଲିୟନ୍ ଡେଜ୍‌କୁ ନେଇ ଡେଲିଭରି କର୍ମଚାରୀଙ୍କ ବ୍ୟସ୍ତତା ଓ ପାର୍ସଲ୍ ପରିଚାଳନାର ସମ୍ପୂର୍ଣ୍ଣ ଚିତ୍ର ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟରେ।